ହୋଲି ପାଇଁ ବନ୍ଦ ରହିବ ‘ମୋ ବସ୍’ ସେବା

31

ଆସନ୍ତାକାଲି ହୋଲି । ସକାଳ ୭ରୁ ଆରମ୍ଭ ହେବ ରଙ୍ଗ ଖେଳ । ହୋଲିରେ ମୋ ବସ ଚଳାଚଳ ନେଇ ଆଗୁଆ ଜାରି ହୋଇଛି ଗାଇଡଲାଇନ । ଏହି ଉପଲକ୍ଷେ ଆସନ୍ତାକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଗଡିବନି ମୋ ବସ ।

କ୍ରୁଟ ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲରେ ଅପଲୋଡ ହୋଇଥିବା ସୂଚନା ଅନୁଯାୟୀ, ସକାଳୁ ସକାଳୁ ଏହି ୨ ସହରରେ ମୋ ବସ ଗଡିବନି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟାର୍ଦ୍ଧରେ ମୋ ବସ ଚଳାଚଳ ସ୍ୱାଭାବିକ କରାଯିବ ବୋଲି କୁହାଯାଇଛି । ତେବେ ମୋ ଇ- ରାଇଡ ଚଳାଚଳ ୮ ତାରିଖ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଯାତ୍ରୀଙ୍କ ଅବଗତି ନିମନ୍ତେ ଏହାର ସବିଶେଷ ସଂଶୋଧିତ ସୂଚନା କ୍ୟାପିଟାଲ ରିଜଅନ ଅର୍ବାନ ଟ୍ରାନ୍ସେପୋର୍ଟ ପକ୍ଷରୁ ଟୁଇଟରରେ ସେୟାର କରାଯାଇଛି ।

Comments are closed, but trackbacks and pingbacks are open.