ବିବାହ ପ୍ରତିଶୃତି ବିଧାୟକଙ୍କୁ ପଡିଲା ଭାରି !

22

ଅଡୁଆରେ ତିର୍ତ୍ତୋଲ ବିଧାୟକ ! ବିବାହ ପ୍ରତିଶୃତି ବିଜୟଙ୍କୁ ପଡିଲା ଭାରି ! ସୋମାଲିନଙ୍କ ଏତଲା ପଞ୍ଜିକରଣକୁ ନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ସୋମାଲିକା ଦାସଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଆବେଦନ ଦାୟର କରିଥିଲେ । ଏହି ଆବେଦନ ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜିକରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାର୍ଟିଫାଏଡ କପି ସହିତ ସାନି ଅଭିଯୋଗ ଆବେଦନକାରୀ ଆଇଆଇସିଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ କହିଛନ୍ତି । ବିଜୟ ଶଙ୍କର ବିବାହ ପ୍ରତିଶ୍ରୁତି ଦେଇ ଏଥିରୁ ପରେ ଓହରିଯାଇଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ । ଏନେଇ ମାମଲା ଚାଲୁ ରହିଛି । ଏନେଇ ଗତବର୍ଷ ମେ ମାସରେ ସୋମାଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପୋଲିସ୍ ଏହି ଏଫଆଇଆରକୁ ପଞ୍ଜିକରଣ କରି ନଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ପାଇଁ ଆବେଦନ କରିଥିଲେ ।

ହେଲେ ୯୦ ଦିନ ଭିତରେ ଏହି ବିବାହ ହୋଇପାରି ନଥିଲା, ଆଉ ଏଥିପାଇଁ ବିଜୟ ଶଙ୍କରଙ୍କୁ ଦାୟୀ କରିଆସୁଛନ୍ତି ସୋମାଲିକା । ତେବେ ଆଗକୁ ୨୪ ନିର୍ବାଚନ ଥିବାବେଳେ ବିଧାୟକଙ୍କ ବିରୋଧରେ ଏପରି ମାମଲା ରୁଜୁ ହୁଏତ ଆଗାମୀ ଦିନରେ ନିର୍ବାଚନ ଉପରେ ଏହାର ପ୍ରଭାବ ପକାଇପାରେ ଏହାକୁ ନେଇ ଆଲୋଚନା ଜୋର ଧରିଛି ।

Comments are closed, but trackbacks and pingbacks are open.