ବିଧାୟିକାଙ୍କ ଘରେ ପୋଲିସର ଚଢାଉ

36

ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢାଉ କରିଛି । କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ ହୋଇଛି l ସୂଚନା ଅନୁଯାୟୀ ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଗତ ୧୫ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ରବିବାର ଦିନ ଚଢାଉ ହୋଇଛି। କିନ୍ତୁ ବାସଭବନରେ ମନୋରମା ମହାନ୍ତି କି ତାଙ୍କ ସ୍ୱାମୀ ଉପସ୍ଥିତ ନଥିଲେ ।ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏହି ଘଟଣାକୁ ବିରୋଧ କରିଛନ୍ତି। କାହିଁକି କେସିଙ୍ଗା ପୋଲିସ ବିନା ୱାରେଣ୍ଟରେ ବିଧାୟିକାଙ୍କ ଘରେ ଚଢ଼ାଉ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି l

Comments are closed, but trackbacks and pingbacks are open.