ନୂଆଦିଲ୍ଲୀ: ଭାରତୀୟ ବାୟୁସେନା HAL ସହିତ ୬୨୩୭୦କୋଟି ମୂଲ୍ୟର ୯୭ଟି ତେଜସ Mk1A ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଯେଉଁଥିରେ ଉନ୍ନତ ଧରଣର AESA (FCR) ଏବଂ EW ସିଷ୍ଟମ ଅନ୍ତର୍ଭୁକ୍ତ ରହିବ। ଏଥିସହିତ ଏଥିରେ ଇଲେକ୍ଟ୍ରୋନିକ୍ ୱାରଫେୟର ମଧ୍ୟ ଲଗାଯିବ। ଯାହା ଦ୍ୱାରା ଭାରତୀୟ ବାୟୁସେନା ଯୁଦ୍ଧ ସମୟରେ ଅନେକ ବିପଦପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିବାରେ ସକ୍ଷମ ହୋଇପାରିବ। ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୩୧ଟି ସ୍କ୍ୱାର୍ଡନ୍ ଅଛି। ତେବେ MiG-21ର ଅବସର ପରେ ଏହି ସଂଖ୍ୟା ୨୯ ସ୍କ୍ୱାର୍ଡନ୍ କୁ ହ୍ରାସ ପାଇଯିବ। ତେବେ ଏହି ଚୁକ୍ତି ପରେ ଭାରତୀୟ ବାୟୁସେନାର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ବର୍ତ୍ତମାନ ଭାରତ ପାଖରେ ଅସ୍ତ୍ର କ୍ଷେପଣାସ୍ତ୍ର ରହିଛି, ଯାହାକି ଭାରତ ଦ୍ୱାରା ବିକଶିତ ଅଟେ। ଭାରତୀୟ ବାୟୁସେନା ଏବଂ HAL ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ଭାରତୀୟ ପ୍ରତିରକ୍ଷା ଇତିହାସର ସବୁଠାରୁ ବଡ଼ ଚୁକ୍ତି ବୋଲି କୁହାଯାଉଛି l
Comments are closed, but trackbacks and pingbacks are open.