ଅନ୍ତର୍ଜାତୀୟ କ୍ରିକେଟ୍ ର ସମସ୍ତ ଶେଣୀରୁ ଅବସର ନେଲେ ମିତାଲି ରାଜ
ଭାରତୀୟ ମହିଳା କ୍ରିକେଟ ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବୁଧବାର ଅପରାହ୍ନରେ ମିଥାଲି ସୋସିଆଲ ମିଡିଆରେ ଟୁଇଟ କରି ନିଜ ଅବସର ଘୋଷଣା କରିଛନ୍ତି। ଏହା ସହ ମିତାଲି ୨୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିଅରକୁ ବିଦାୟ ଦେଇଛନ୍ତି Iସେ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି। ସେ ୨୩୨ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରି ୭୮୦୫ ରନ୍ ସ୍କୋର କରିଛନ୍ତି। ତାଙ୍କର ହାରାହାରି ରନ୍ ରେଟ ୫୦.୬୮। ଟେଷ୍ଟରେ ମିତାଲି ହାରାହାରି ୪୩.୬୮ ରନ୍ ରେଟ ସହ ୧୨ଟି ମ୍ୟାଚରେ ୬୯୯ ରନ୍ ସଂଗ୍ରହ କରିଛନ୍ତି। ୮୯ଟି ଟି-୨୦ରେ ମିତାଲି ୨୩୬୪ ରନ୍ ମଧ୍ୟ କରିଛନ୍ତି।
୨୦୦୨ରେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା ମିତାଲିଙ୍କୁ ସର୍ବଶ୍ରେଷ୍ଠ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ। ସେ ଦୁଇଟି ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ରେ ଦଳର ଅଧିନାୟକତ୍ୱ କରିଥିଲେ। ୧୬ ବର୍ଷ ବୟସରେ ମିତାଲି ରାଜ ଦିନିକିଆରେ ଅପରାଜିତ ୧୧୪ ରନ୍ ସ୍କୋର କରିଥିଲେ। ୨୦୧୯ ଅକ୍ଟୋବରରେ ୩୬ ବର୍ଷ ବୟସରେ ରାଜ ପ୍ରଥମ ମହିଳା ଭାବରେ ଦିନିକିଆ କ୍ରିକେଟରେ ଦୁଇ ଦଶନ୍ଧି ପୂରଣ କରିଥିଲେ।
ମିତାଲି ରାଜ ୩୯ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି । ମିତାଲି ରାଜ ଟ୍ୱିଟ୍ କରି ଲେଖିଛନ୍ତି,”ଦୀର୍ଘ ବର୍ଷ ହେଲା ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି।” ସେ ସ୍ୱତନ୍ତ୍ର ଭାବେ ବିସିସିଆଇ ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଯାତ୍ରା ସମସ୍ତ ପ୍ରକାରର ମୁହୂର୍ତ୍ତ ଦେଖିବା ପାଇଁ ଯଥେଷ୍ଟ ସମୟ ଥିଲା, ଗତ ୨୩ ବର୍ଷ ମୋ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ | ଅନ୍ୟାନ୍ୟ ଯାତ୍ରା ପରି, ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛି I କିନ୍ତୁ ମୁଁ ଯେଉଁ ଖେଳକୁ ଏତେ ଭଲ ପାଉଛି, ନିଶ୍ଚିତ ତା’ ସହ ଯୋଡ଼ି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ମିତାଲି କହିଛନ୍ତି।
Comments are closed, but trackbacks and pingbacks are open.