ଭୁବନେଶ୍ୱର ଷ୍ଟେସନରୁ ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ ଙ୍କ ପତ୍ତା ମିଳିଲା , ପୁରୁଷବନ୍ଧୁଙ୍କ ସହ ପଶ୍ଚିମବଙ୍ଗରୁ ଠାବ

35

ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ ଙ୍କ ମିଳିଲା ପତ୍ତା I ଭୁବନେଶ୍ୱର ରେଳ ଷ୍ଟେସନ ର ୬ ନମ୍ବର ପ୍ଲାଟଫର୍ମ ରୁ ନିଖୋଜ ହୋଇଥିବା ଏରୋସ୍ପେସ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରାୟ ଙ୍କ ସନ୍ଧାନ ପାଇଛି ଜିଆରପି ପୋଲିସ ।

ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ତାଙ୍କୁ ଟ୍ରେସ କରିବା ପାଇଁ ପୋଲିସ ୨ଟି ଟିମ୍ ତଦନ୍ତ ଚଲାଇଥିବା ଜଣାପଡିଛି।

ସ୍ୱିଟିଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଜେସର ରୋଡ୍‌ରେ । ସେ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିଲେ ।

ଟ୍ରେନ୍‌ରୁ ଓହ୍ଲାଇବା ପରେ ସ୍ୱିଟି ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ । ରୁମ୍‌ରେ ପହଞ୍ଚି ଫୋନ୍‌ କରିବେ ବୋଲି କହିଥିଲେ । ହେଲେ ସେ ରୁମ୍‌କୁ ସେ ଫେରି ନଥିଲେ । ରାତି ୧୦ ଟା ବେଳେ ତାଙ୍କ ମା’ ଫୋନ୍‌ କରିଥିଲେ । କିନ୍ତୁ ସ୍ୱିଟିଙ୍କ ଫୋନ୍‌ ବନ୍ଦ ଥିଲା । ସ୍ୱିଟିଙ୍କ ବାପା ବିଜୟ ରାୟ ବିଏସ୍‌ଏଫ୍‌ର ସବ୍‌ ଇନ୍ସପେକ୍ଟର । ଝିଅର ଫୋନ୍‌ ବନ୍ଦ ହେବା ଓ ସେ ରୁମ୍‌ ନ ଫେରିବା ଖବର ବିଜୟ ଜାଣିବା ପରେ ୟୁନିଟ୍‌-୧ରେ ରହୁଥିବା ତାଙ୍କ ବନ୍ଧୁ ସୁରେଶ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଗୁରୁବାର ସକାଳେ ସୁରେଶ ଜିଆରପି ଥାନାରେ ଏତଲା ଦେଇଥିଲେ।

ଏତଲା ପାଇବା ପରେ ପୁଲିସ୍‌ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଯାଞ୍ଚ କରିଥିଲା । ଏହି ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ସେଠାରୁ ଚାଲି ଯାଇଥିଲେ।

Comments are closed, but trackbacks and pingbacks are open.