ନିଖୋଜ ୪ ଇଂଜିନିୟର ଛାତ୍ରଙ୍କ ମିଳିଲା ସୁରାକ୍, ସାଇବର ଅପରାଧ ରେ ସମ୍ପୃକ୍ତି ସନ୍ଦେହ

19

ରାଜଧାନୀ ତୋମାଣ୍ଡ ଅଂଚଳରୁ ନିଖୋଜ ହୋଇଥିବା ୪ ଇଞ୍ଜିନିୟର ଛାତ୍ରଙ୍କର ଶେଷରେ ସନ୍ଧାନ ମିଳିଛି I ସାଇବର ଅପରାଧରେ ସମ୍ପୃକ୍ତି ନେଇ ସମ୍ବଲପୁର ଅଇଁଠାପIଲି ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ୪ ନିଖୋଜ ଛାତ୍ର I ଜମତାର ଗ୍ୟାଙ୍ଗର ଜଣେ ଠକ ଏହି ଛାତ୍ରମାନଙ୍କ ସହ ଭୁବନେଶ୍ବରରେ ରହୁଥିବା ସୂଚନା ମିଳିଛି। ଯାହା ଦ୍ୱାରା ଏହି ଛାତ୍ରମାନଙ୍କର ସାଇବର ଅପରାଧ ଲିଙ୍କ ଆସୁଥିବା ନେଇ ପୋଲିସ ସନ୍ଦେହ କରୁଛି । ତେବେ ଜାମତାରା ଗ୍ୟାଙ୍ଗର ଜଣଙ୍କୁ ଟ୍ରାକିଂ ବେଳେ ଏହି ୪ ଛାତ୍ରଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା I

ଖବର ଅନୁଯାୟୀ, ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୪ ଜଣ ଛାତ୍ର ମେସ୍ କରି ରହୁଥିଲେ । ୪ ଜଣ ହେଉଛନ୍ତି ବିହାର ଅଭୟପୁରର ଆଦିତ୍ୟ କୁମାର, ଝାଡଖଣ୍ଡ ଜନତା ଷ୍ଟେସନ ମାର୍କେଟ୍ ରୋଡ୍ ଅଞ୍ଚଳର ବିଶାଲ ପାଣ୍ଡେ ଏବଂ କ୍ରସ୍ ରୋଡ୍ ର ତ୍ରିନେତ୍ର କୁମାର, ବିହାର ଜାମୁର ଅଞ୍ଚଳର ଶେଖର ସିଂ ରାଜପୁତ । ବିଶାଲଙ୍କ ସାଙ୍ଗ ଛୋଟୁ ଓରଫ ରେହମତ ଆସି ସେମାନଙ୍କ ସହ ମେସ୍ ରେ ରହୁଥିଲେ ।

ତେବେ ଗତ ୧୧ ତାରିଖରୁ ସେମାନଙ୍କ ପରିବାରଲୋକ ଯୋଗାଯୋଗ କରୁଥିଲେ ମଧ୍ୟ ସମସ୍ତଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଆସୁଛି । ବାରମ୍ବାର ଯୋଗାଯୋଗ କରିବା ପରେ ଆଦିତ୍ୟଙ୍କ ବାପା ପ୍ରମୋଦ କୁମାର ସିଂ ଆସି ମେସ୍ ରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

Comments are closed, but trackbacks and pingbacks are open.