ମନ୍ତ୍ରୀ ହେବେ ମାର୍ଲିନା ଓ ଭରଦ୍ୱାଜ

21

ସିସୋଦିଆ , ସତ୍ୟେନ୍ଦ୍ରଙ୍କ ସ୍ଥାନ ନେବେ ମାର୍ଲିନା ଓ ଭରଦ୍ୱାଜ । ଦିଲ୍ଲୀ ସରକାରରୁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଓ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ନେବେ ଆତିଶୀ ମାର୍ଲିନା ଓ ସୌରଭ ଭରଦ୍ୱାଜ । ଏହି ଦୁହିଁଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ଦସ୍ତାବିଜ୍ ଏଲଜି ବିନୟ ସକ୍ସେନାଙ୍କୁ ପଠାଯାଇଛି । ସତ୍ୟେନ୍ଦ୍ର ଜୈନ୍ ଭ୍ରଷ୍ଟାଚାର ମାମଲାରେ ପୂର୍ବରୁ ଜେଲରେ ଅଛନ୍ତି ।

ରବିବାର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଶିକ୍ଷାମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ କରିବା ପରେ ସିସୋଦିଆ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ପ୍ରଥମେ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ କହିବା ପରେ ମଙ୍ଗଳବାର ଉଭୟ ମନ୍ତ୍ରୀ କେଜ୍ରିୱାଲ ସରକାରରୁ ଇସ୍ତଫା ଦେଇଛନ୍ତି ।

ତେବେ ଆଗକୁ ସିସୋଦିଆଙ୍କ ସ୍ଥାନ କିଏ ନଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ସେହିପରି ସୌରଭ ଭରଦ୍ବାଜ ଆପ୍ ସରକାରଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଗ୍ରେଟର କୈଳାଶ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ଅଛନ୍ତି । ସୌରଭ ଭରଦ୍ବାଜ ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି । ରାଜନୀତି କ୍ଷେତ୍ରରେ ସୌରଭଙ୍କ ଅନୁଭବ ରହିଛି । ଦିଲ୍ଲୀରେ ୨୪ଘଣ୍ଟା ପାନୀୟଜଳ ଓ ଯମୁନା ସଫାଇ ଯୋଜନାରେ ସଫଳତାପୂର୍ବକ କାମ କରିଛନ୍ତି ।

Comments are closed, but trackbacks and pingbacks are open.