ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଶୋକ ପ୍ରକାଶ

1,433

ଭୁବନେଶ୍ୱର :ପୂର୍ବତନ ବାଚସ୍ପତି, ମନ୍ତ୍ରୀ, ଦିଗପହଣ୍ଡିର ବିଧାୟକ ତଥା ବରିଷ୍ଠ ନେତା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି l
ମନ୍ତ୍ରୀ ଶ୍ରୀମତୀ ସାହୁ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ଜଣେ ସୁଦକ୍ଷ, ସାଙ୍ଗଠନିକ ଦକ୍ଷତା ସମ୍ପନ୍ନ ତଥା ଦରଦୀ ନେତା ଭାବେ ସ୍ବର୍ଗତ ପାତ୍ରଙ୍କର ଲୋକପ୍ରିୟତା ଅନନ୍ୟ ରହିଥିଲା l ବହୁ ବାର ବିଧାନ ସଭାକୁ ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ରାଜସ୍ବ, ଜଙ୍ଗଲ, ପରିବେଶ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ସୂଚନା ଓ ପ୍ରଯୁକ୍ତି ଶକ୍ତି ଆଦି ଏକାଧିକ ବିଭାଗରେ ମନ୍ତ୍ରୀ ହୋଇଥିଲେ l ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ରହିବ l ତାଙ୍କର ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି l
ମନ୍ତ୍ରୀ ଶ୍ରୀମତୀ ସାହୁ ସ୍ବର୍ଗତ ପାତ୍ରଙ୍କ ଅମରାତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Comments are closed, but trackbacks and pingbacks are open.