ମନ୍ତ୍ରୀ ,ବିଧାୟକଙ୍କୁ ମିଳିବ ପେନସନ !

29

ଗୃହରେ ବୁଧବାର ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଉଠିଛି । ନରସିଂହ ମିଶ୍ର କହିଛନ୍ତି, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ’ଣ ନିଷ୍ପତ୍ତି ନେଲେ ଜଣା ପଡୁନାହିଁ । ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେ ସମ୍ପର୍କରେ ବିଲ ଆଣନ୍ତୁ, ଚଲିବା କଷ୍ଟକର ହେଉଛି । ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି । ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଯାଇଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି । ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ, ଗୃହକୁ ବିଲ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ । ନରସିଂହ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ଅମର ଶତପଥୀ । ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋଇଛି ।

ଏହି ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଓ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

Comments are closed, but trackbacks and pingbacks are open.