ମହାପ୍ରଭୁଙ୍କ ନାମରେ ମିଛ କହିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପାଣ୍ଡିଆନ

137

ଭୁବନେଶ୍ବର: ଏକ ସାମ୍ବାଦିକ ସମ୍ମିଳନୀରେ ମହାପ୍ରଭୁଙ୍କ ନାମରେ ମିଛ କହିଥିବା କଥାକୁ ଧରାପକାଇଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏ ନେଇ ନିଜେ ପାଣ୍ଡିଆନ ଏକ ଭିଡିଓ ଜାରୀ କରି କେନ୍ଦ୍ରମନ୍ତ୍ରୀଙ୍କ ମିଛକୁ ଧରାପକାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ ଯେ, ନବେକଳବର ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ଟ୍ରେଜେରୀରେ ଡିପୋଜିଟ କରିଆସିଛି। ହେଲେ ତାହାକୁ ରାଜ୍ୟ ସରକାର ଖର୍ଚ୍ଚ କଲେ ନାହିଁ। ହେଲେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ପାଣ୍ଡିଆନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ, ୫୦ କୋଟି ନୁହେଁ କେନ୍ଦ୍ର ସରକାର ୧୦ କୋଟି ଅନୁମୋଦ କରିଥିଲେ। ତାହା ପର୍ଯ୍ୟଟନ ବିକାଶ ପାଇଁ ଅନୁମୋଦ ହୋଇଥିଲା। ହେଲେ ମିଳିଲା ମାତ୍ର ୬ କୋଟି ୫୦ ଲକ୍ଷ ବୋଲି ପାଣ୍ଡିଆନ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଅନ୍ତତଃ ପକ୍ଷେ କେନ୍ଦ୍ର ମନ୍ତ୍ରୀ ମହାପ୍ରଭୁଙ୍କ ନାମରେ ମିଛ ନ କହିଲେ ଭଲ। ବର୍ତ୍ତମାନ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.