ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲା: ଜେଲ୍ ଗଲେ ରାଜା ଚକ୍ର

16

ଭୁବନେଶ୍ବର: ଜେଲ୍ ଗଲେ ରାଜା ଚକ୍ର । ବାଲେଶ୍ବର OPID କୋର୍ଟରେ ହାଜର ହୋଇଥିଲେ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଅଭିଯୋଗରେ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରକୁ ଗିରଫ କରିଥିଲା EOW । ରାଜା ଚକ୍ରର ବହୁ ଗାଡ଼ି ଓ ପ୍ଲାଣ୍ଟକୁ ଜବତ କରିଛି EOW । ଆଜି ବାଲେଶ୍ଵର OPID ସ୍ଵତନ୍ତ୍ର କୋର୍ଟରେ ହାଜର ପରେ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଗଲା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜା ଚକ୍ର ବିଚାର ବିଭାଗୀୟ ହାଜତରେ ରହିପାରେ । ରାଜା ଚକ୍ରଙ୍କ ପକ୍ଷରୁ ଜାମିନ ଓ EOW ପକ୍ଷରୁ ଆଜି ରିମାଣ୍ଡ ପାଇଁ କୋର୍ଟଙ୍କ ନିକଟରେ କୌଣସି ଦରଖାସ୍ତ ଆବେଦନ ହୋଇନଥିବା ଜଣାପଡ଼ିଛି । ଆଗାମୀ ଦିନରେ ଜାମିନ ପାଇଁ ଦରଖାସ୍ତ ଦିଆ ଯିବ କହିଲେ ରାଜା ଚକ୍ରଙ୍କ ଓକିଲ ରଘୁନାଥ ପ୍ରଧାନ । କ୍ରାଇମବ୍ରାଞ୍ଚ ତଦନ୍ତରୁ ରାଜା ଚକ୍ରଙ୍କ ବିରୋଧରେ ସିଧାସଳଖ ୯ କୋଟି ୧୦ ଲକ୍ଷ ଟଙ୍କାର ଅନିୟମିତତା ଥିବା ପ୍ରମାଣ ମିଳିଛି । ଏହି ମାମଲାରେ ୪୨ ଗାଡ଼ି ଜବତ ହୋଇଥିବା ବେଳେ ୨୫ଲକ୍ଷ ଟଙ୍କା ଫ୍ରିଜ ହୋଇଛି ।

Comments are closed, but trackbacks and pingbacks are open.