ଭିଜିଲାନ୍ସ ହାତରେ କୋଟିପତି ଦିଦି

31

ଭିଜିଲାନ୍ସ ଜାଲରେ ପଡିଲେ କୋଟିପତି ଦିଦି I ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ିରେ ଚାକିରୀ କରିଥିବା କବିତା ମଥାନ I ତେବେ ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ହୋଇଥିଲା I ତେଣୁ ଦିଦିଙ୍କର କୋରଡ଼କଣ୍ଟା ସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ପକ୍ଷ ରୁ ଚଢ଼ାଉ କରାଯାଇ ଆୟବହିର୍ଭୁତ ସମ୍ପତ୍ତି ଜବତ କରାଯାଇଛି I ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଭୁବନେଶ୍ୱରରେ ଦିଦି ଙ୍କର ରହିଛି ୪ଟି ବହୁତଳ ପ୍ରାସାଦ । ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା ବିଶିଷ୍ଟ ହୋଇଥିବା ଜଣାପଡ଼ିଛି । ଖାଲି ଏତିକି ନୁହେଁ ଏହା ସାଙ୍ଗକୁ ଦିଦିଙ୍କର ଭୁବନେଶ୍ୱରରେ ୧୦ଟି ପ୍ଲଟ୍‌ ସହ ମୋଟ ୧୪ ପ୍ଲଟ୍‌ ରହିଥିବା ଭିଜିଲାନ୍ସ କହିଛି । ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ୍‌ ରହିଛି । ଗୋଟିଏ କାର, ୪ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷଟଙ୍କାର ବୀମା ସହିତ ୨୧୨ ଗ୍ରାମର ସୁନା ମଧ୍ୟ ରହିଛି । ତେବେ ଏହି ସମ୍ପତ୍ତି ଜବତ ପରେ ଦିଦିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି ।କବିତା ମଥାନଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ I

ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରି ଦିଦି କହିଛନ୍ତି କି ମୋ ସ୍ୱାମୀ ଜମି ବେପାର କରନ୍ତି। ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ମଧ୍ୟ ଅଛି,ମୋର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ । ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି।

Leave A Reply

Your email address will not be published.