ଭେନ୍ଟିଲେଟର୍‌ରେ ବରିଷ୍ଠ ଅଭିନେତା ମିହିରଦାସ

20

ବରିଷ୍ଠ ଓଡିଆ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ ହୋଇ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ତାଙ୍କୁ ବର୍ତ୍ତମାନ ଭେନ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି । କିଡନୀ ରୋଗରେ ପୀଡିତ ଥିବା ମିହିରଙ୍କ ର ଡାଏଲେସିସ୍‌ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ହୃଦାଘାତର ଶିକାର ହୋଇ ସେ ରିକ୍‌ଭରି ହୋଇଥିଲେ । ହେଲେ ଏବେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ବହୁ ପୂର୍ବରୁ ତାଙ୍କ ପତ୍ନୀ ସଙ୍ଗୀତା ଦାସ ଙ୍କର ଦେହାନ୍ତ ହୋଇସାରିଛି I

ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଓଡିଶା ସିନେ କଳାକାର ସଂଘର କର୍ମକର୍ତ୍ତାମାନେ ଭଗବାନଙ୍କ ନିକଟରେ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ସେ ଦୀର୍ଘକାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବର ଅନେକ ଓଡିଆ ସିନେମାରେ ଅଭିନୟ କରି ଜଣେ ଅଭିଜ୍ଞ କଳାକାର ଭାବେ ପରିଚିତ ହେବା ସହିତ ଜନସାଧାରଣଙ୍କର ଅତି ପ୍ରିୟଭାଜନ ହୋଇପାରିଛନ୍ତି ।

Leave A Reply

Your email address will not be published.