ରାଜମହଲରେ ମେୟରଙ୍କ କୁଶପୁତ୍ତଳିକା ଦାହ

93

ମେୟରଙ୍କ ବାଂଲାଦେଶୀ ମନ୍ତବ୍ୟକୁ ନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରିଛି। ମଞ୍ଚ ସଭାପତି ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ଶତାଧିକ ଲୋକ ଯୋଗଦେଇ ମେୟର ଶ୍ରୀମତୀ ଦାସଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ।  ସଭାପତି ଶ୍ରୀ ପ୍ରଧାନ କହିଛନ୍ତି, ୟ ବଂଲାଦେଶୀଙ୍କ ଅନୁପ୍ରବେଶ ଓ ବେଆଇନ ଭାବେ ବସବାସ କରିବା ଦେଶ ଓ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ  ବିପଦ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ବିତାଡିତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଇନ ପ୍ରସ୍ତୁତ କରୁଥିବା ସମୟରେ ମେୟର ଏକ ସାମ୍ବିଧାନିକ ପଦରେ ରହି ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ବାଂଲାଦେଶୀଙ୍କୁ ସମର୍ଥନ କରିବା ନିନ୍ଦନୀୟ ଓ ରାଷ୍ଟ୍ର ବିରୋଧୀ। ତେଣୁ ମେୟର  ତୁରନ୍ତ ନିଜ ପଦବିରୁ ଇସ୍ତଫା ଦିଅନ୍ତୁ। ଏଥିସହ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି।

ଯେଉଁ ବାଂଲାଦେଶୀ ଏଠାରେ ରହିବା ସହ ସେମାନଙ୍କର ଆଧାର, ରାସନ୍‌ କିମ୍ବା ଭୋଟର କାର୍ଡ ରହିଛି ଏବଂ ନାଗରିକ ଭାବେ ଏଠାରେ ରହୁଛନ୍ତି ସେମାନଙ୍କୁ ବାହାର କରିବା ସମ୍ଭବ ନୁହେଁ। ସେମାନଙ୍କୁ କିଭଳି ଭଲରେ ରଖିବା ତାହା ଆମମାନଙ୍କ ଦାୟିତ୍ବ’। ମେୟର ସୁଲୋଚନା ଦାସଙ୍କ ଏଭଳି ବକ୍ତବ୍ୟ ରାଜଧାନୀ ରାଜନୀତିକୁ ଉଷ୍ମ କରିଛି

Comments are closed, but trackbacks and pingbacks are open.