ଅଣ୍ଡରଗ୍ରାଉଣ୍ଡରେ ଚାଲିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌: ପୂର୍ତ୍ତମନ୍ତ୍ରୀ

287

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ନେଇ ନୂଆଁ ଅପ୍‌ଡେଟ୍‌ ଆସିଛି। ରାଜ୍ୟ ସରକାର ଭୁବନେଶ୍ୱରରେ ମେଟ୍ରୋ‌ ଟ୍ରେନ୍‌ ବ୍ରିଜ୍‌ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି। ଏଥି ପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ‌ଆଲୋଚନା ମଧ୍ୟ ହୋଇସାରିଛି। କୋଲକାତା ମେଟ୍ରୋ ଟ୍ରେନ୍‌ ଭଳି ଭୁବନେଶ୍ୱର ‌ମେଟ୍ରୋ ରେଳ ଅଣ୍ଡରଗ୍ରାଉଣ୍ଡ ହେବ। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜଧାନୀରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ। ମାଟି ତଳେ ଚାଲିବ ମେଟ୍ରୋ। ଶ୍ରୀ ହରିଚନ୍ଦନ କହିଛନ୍ତି ଭୁବନେଶ୍ୱରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି। ସେଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରାଯିବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ପରବର୍ତ୍ତୀ ସମୟରେ ଏହା ଏସ୍‌ସିବି ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଏହା ମଧ୍ୟରେ ମୋଟ ୨୨ଟି ଷ୍ଟେସନ ରହିବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ। ଏହି ପ୍ରକଳ୍ପର ନିର୍ମାଣ କାମ ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।   

Comments are closed, but trackbacks and pingbacks are open.