ପାଣିପାଗ ବିଶେଷଜ୍ଞ ଚେତାଇଲେ, ଆଗକୁ କ୍ଲାଉଡ ସିଡିଂ ମୌସୁମୀ ଯୁଦ୍ଧ ସମସ୍ୟା ବଢ଼ାଇବ

162

ଦୁବାଇ: ୟୁଏଇରେ ନିକଟରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଦୁବାଇ ସହର ଯେଉଁ ଭଳି ଭାବେ ପାଣିରେ ଉବୁଟୁବୁ ହେଉଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ତେବେ ଏହି ପ୍ରବଳ ବର୍ଷା ପାଇଁ ପାଣିପାଗ ବିଶେଷଜ୍ଞ କ୍ଲାଉଡ ସିଡିଂକୁ ଦାୟୀ କରିଛନ୍ତି । ଯଦି ଏବେଠାରୁ ସମସ୍ତେ ସତର୍କ ନ ରହିବେ ତେବେ ଆଗାମୀ ଦିନରେ ଏହା ମୌସୁମୀ ଯୁଦ୍ଧ ସମସ୍ତଙ୍କୁ ଅସୁବିଧାରେ ପକାଇବ । ଏହାକୁ ଅସ୍ତ୍ର ଭାବେ ଶତ୍ରୁ ଦେଶ ବ୍ୟବହାର କରିପାରନ୍ତି । ଦୁବାଇ ଯେତେ ପରିମାଣର ବର୍ଷା ଏବେ ହେଇଛି ତାହା ସେଠାକାର ବର୍ଷକର ବର୍ଷା ସହ ସମାନ । କ୍ଲାଉଡ ସିଡିଂ ପ୍ରକ୍ରିୟା ୧୯୪୦ରୁ ଆରମ୍ଭ ହୋଇଛି । ଏଥିରେ ସ୍ୱତନ୍ତ୍ର ବିମାନ ଯୋଗେ ବର୍ଷା ପାଇଁ ବାଦଲ ଉପରେ ଏକପ୍ରକାର ଲୁଣ ପକାଇଥାନ୍ତି । ଯଦି ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତେବେ ଦୁବାଇ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଏପରିକି ବେଳେ ବେଳେ ଗୋଟିଏ ଦେଶର ଭୁଲ ଯୋଗୁ ଅନ୍ୟ ଦେଶ ମଧ୍ୟ କ୍ଷତିଗ୍ରସ୍ତ ହେବ । ମୌସୁମୀ ଆନ୍ତର୍ଜାତୀୟ ସୀମାରେଖା ମାନେନି । ଅଧିକ ବର୍ଷା ମାନେ ବନ୍ୟା ଆଶଙ୍କା, ଯାହାର ନିୟନ୍ତ୍ରଣ ମନୁଷ୍ୟ ହାତରେ ପ୍ରାୟତଃ ନ ଥାଏ । ୟୁଏଇର ରାଷ୍ଟ୍ରୀୟ ମୌସୁମୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅହମ୍ମଦ ହବୀବ ବ୍ଲୁମର୍ଗକୁ କହିଥିଲେ ବର୍ଷା ପୂର୍ବରୁ କ୍ଲାଉଡ ସିଡିଂ ପାଇଁ ବିମାନ ପଠା ଯାଇଥିଲା । ଅବଶ୍ୟ ପରେ ଏନସିଏମ ଏହାକୁ ଖଣ୍ଡନ କରିଥିଲା । ୟୁଏଇର ଏହି ପଦକ୍ଷେପ ନେଇ ଅନେକ ପ୍ରଶ୍ନବାଚୀ ଓ ଆଶଙ୍କା ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.