ଭୁବନେଶ୍ବର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗ କହିଛି ଯେ, ଟ୍ରପ ଲାଇନ ପ୍ରଭାବରେ ଏହି ବର୍ଷା ଲାଗି ରହିବ। ଏପରିକି କେତେକ ସ୍ଥାନରେ ପ୍ରବାଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଘଣ୍ଟାକୁ ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ପ୍ରବହିତ ହେବ। ଗତ କିଛିଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି।
Comments are closed, but trackbacks and pingbacks are open.