ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

231

ଭୁବନେଶ୍ଵର: ଆଜିକାଲିର ଯୁବପିଢି ସୋସିଆଲ ମିଡ଼ିଆକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଅନେକ କିଛି ଭଲ ଖବର ମିଳୁଥିବା ବେଳେ ଅନେକ ମିଥ୍ୟା ଖବର ପ୍ରସାରିତ ହେଉଛି। ଯାହା ଫଳରେ ସମାଜରେ ଖରାପ ବାତାବରଣ ସୃଷ୍ଟି ହେଉଛି। ଏହା ଦ୍ଵାରା ଅନେକ ସମୟରେ ହିଂସା ମଧ୍ୟ ଦେଖିବାକୁ ମିଳୁଛି। ତେବେ ସୋସିଆଲ ମିଡିଆ ମାଧ୍ୟମରେ କୌଣସି ମିଥ୍ୟା ଖବର, ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ଦୂରେଇ ରହିବା ପାଇଁ ଓଡିଶା ପୋଲିସ ଏକ ମାର୍ଗଦର୍ଶିକା ଜାରି କରିଛି। ‘ଏକ୍ସ’ ମାଧ୍ୟମରେ ଜନସାଧାରଣଙ୍କୁ ଓଡିଶା ପୋଲିସ ଏନେଇ ଏକ ବାର୍ତ୍ତା ସେୟାର କରିଛି। ଓଡିଶା ପୋଲିସ ‘ଏକ୍ସ’ ରେ ଲେଖିଛି ଯେ, ସୋସିଆଲ ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। ଏହା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ। ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ନାଗରିକମାନେ ସଚେତନ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମିଛ ଭିଡିଓ କିମ୍ବା ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ।

Comments are closed, but trackbacks and pingbacks are open.