ପୁରୁଷ ବିଶ୍ୱକପ ହକି : ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଅମାତ

27

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ମାସ ୧୩ ତାରିଖରୁ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାଠାରେ ଆରମ୍ଭ ହେଉଥିବା ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉ ପଲକ୍ଷେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ପାଇଁ ମାନ୍ୟବ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରିଛନ୍ତି । ସେହି ମର୍ମରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀପ୍ରଦିପ କୁମାର ଅମାତ ଆଜି ପୂର୍ବାହ୍ନରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମନ୍ତ ବିଶ୍ୱଶର୍ମାଙ୍କୁ ଦିସ୍‌ପୁରଠାରେ ସାକ୍ଷାତ କରି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୨୩ରେ ଅତିଥି ଭାବରେ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରିଛନ୍ତି । ଏହି ସାକ୍ଷାତ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ରୌ ପ୍ୟ ସ୍ମାରକ ପ୍ରଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ବ୍ୟକ୍ତିଗତ ନିମନ୍ତ୍ରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହ ହକି ବିଶ୍ୱ କପ୍‌ ଆୟୋଜନର ସଫଳତା କାମନା କରିଛନ୍ତି ।

Comments are closed, but trackbacks and pingbacks are open.