କେନ୍ଦ୍ର ସରକାରଙ୍କୁ ମେହବୁବାଙ୍କ ଟାର୍ଗେଟ୍

31

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ପ୍ରମୁଖ ତଥା ପୂର୍ବତମ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ରବିବାର କେନ୍ଦ୍ର ସରକାରଙ୍କ ଉପରେ ଜୋର୍‌ଦାର ଆକ୍ରମଣ କରିଛନ୍ତି । ମେହବୁବା କହିଛନ୍ତି, ଜମ୍ମୁ-କଶ୍ମୀରରେ ଯେତେ ସୈନିକ ମୁତୟନ କଲେ ମଧ୍ୟ ଯେପର୍ଯ୍ୟନ୍ତ କଶ୍ମୀର ସମସ୍ୟାର ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ସରକାର ସକାରାତ୍ମକ ପରିଣାମ ପାଇପାରିବେ ନାହିଁ । ଏହା ସହିତ ଦେଶକୁ ବିଜେପିର ଭାରତ କରିବାକୁ ଦେବୁ ନାହିଁ ବୋଲି ସେ ସ୍ପଷ୍ଟୋକ୍ତି କରିଛନ୍ତି । ଶ୍ରୀନଗରରେ ପାର୍ଟି ଯୁବ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରୁଥିବା ବେଳେ ମେହବୁବା କହିଛନ୍ତି, ମୁଁ ବିଜେପିକୁ ଜଣାଇବାକୁ ଚାହୁଁଛି, ଯେତେବେଳେ ପାକିସ୍ତାନରୁ ଆକ୍ରମଣକାରୀ ଆସିଥିଲେ ସେପର୍ଯ୍ୟନ୍ତ ଭାରତୀୟ ସେନା ଆସିନଥିଲା । ଲୋକଙ୍କ ହାତରେ ବନ୍ଧୁକ ନଥିଲା, ତଥାପି ସେମାନେ ଆକ୍ରମଣକାରୀଙ୍କ ଘଉଡ଼ାଇ ଦେଇଥିଲେ । ଏଥିପାଇଁ ଆକ୍ରମଣକାରୀ ହୁଅ ନାହିଁ, ସେମାନଙ୍କୁ କିପରି ଘଉଡ଼ାଇବାକୁ ହୁଏ କଶ୍ମୀରବାସୀ ଭଲ ଭାବେ ଜାଣିଛନ୍ତି ।

Comments are closed, but trackbacks and pingbacks are open.