କିମ୍‍ସ ପକ୍ଷରୁ ଦଶପଲ୍ଲାରେ ମେଗା ସ୍ୱାସ୍ଥ୍ୟ ଶିବିର 

28

ଦଶପଲ୍ଲା, ୨୧ ।୧: କିମ୍‍ସ ଭୁବନେଶ୍ୱର ପକ୍ଷରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୃଷ୍ଣାପିୟା ମହିଳା ମହାବିଦ୍ୟାଳୟଠାରେ ସାଂସଦ ସାମନ୍ତ ମେଗା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ହଜାରରୁ ଊର୍ଦ୍ଧ୍ୱ ରୋଗୀ କିମ୍‍ସ ଭୁବନେଶ୍ୱର ଡାକ୍ତରଙ୍କଠାରୁ ନିଃଶୁଳ୍କ ଡାକ୍ତରୀ ପରାମର୍ଶ ପାଇବା ସହ ଆବଶ୍ୟକ ଔଷଧ ମଧ୍ୟ ପାଇଥିଲେ ।

କିମ୍‍ସ ଭୁବନେଶ୍ୱରର ୨୦ରୁ ଊର୍ଦ୍ଧ୍ୱ ବିଭାଗରୁ ୬୦ଜଣ ଡାକ୍ତର ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ, କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ବ୍ଲକ୍‍ରେ ଏହି ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ କରାଯାଇଛି ।

ପୂର୍ବରୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିମ୍‍ସ ପକ୍ଷରୁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ନିରନ୍ତର ଚାଲି ଆସୁଥିଲେ ମଧ୍ୟ କୋଭିଡ୍‍ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା । ପୁନର୍ବାର ଏହି ସ୍ୱାସ୍ଥ୍ୟ ଶିବିର ଚାଲୁ କରିବା ପାଇଁ ଶ୍ରୀ ସାମନ୍ତ ପରାମର୍ଶ ଦେବା ପରେ କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମେଗା ସ୍ୱାସ୍ଥ୍ୟ ଶିବିର ଆରମ୍ଭ ହୋଇଛି ।

Comments are closed, but trackbacks and pingbacks are open.