ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସହ ସାକ୍ଷାତ

23

ମୁମ୍ବାଇ: ଆଜିଠାରୁ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ କମ୍ପାନୀର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୁଞ୍ଜି ନିବେଶ ପାଇଁ ଓଡ଼ିଶାରେ ସମସ୍ତ ସୁବିଧା ସୁଯୋଗ ରହିଛି । ରାଜ୍ୟ ସରକାରଙ୍କ ସହଯୋଗ ରହି ଆସିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଶଦ ଭାବେ ମୁକେଶ ଅମ୍ବାନୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ସେଠାରେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଅମ୍ବାନୀଙ୍କୁ ଉପହାରସ୍ୱରୂପ ମୁଖ୍ୟମନ୍ତ୍ରୀ ଏକ ହକି ଜର୍ସି ପ୍ରଦାନ କରିଥିଲେ । ଆଲୋଚନାରେ ଓଡିଶାରେ ମୁକେଶ ଆମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି I

ଆଜି ମୁମ୍ବାଇ ଠାରେ କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯିବ । କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଦିଗରେ ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲଟିଛି ଉଦାହରଣ । କ୍ରୀଡ଼ାଠାରୁ କ୍ରୀଡାବିତ ସଭିଙ୍କ ବିକାଶ ଦିଗରେ ଓଡିଶା ପାଲଟିଛି ରୋଲ ମଡେଲ । ହକି ବିଶ୍ୱକପ ଠାରୁ ବିଭିନ୍ନ କ୍ରୀଡାର କ୍ୟାପିଟାଲ ଏବେ ଓଡିଶା । କ୍ରୀଡା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଓଡିଶା ସାଜିଛି ଉଦାହରଣ । ସମସ୍ତ ଦୃଷ୍ଟିକୋଣକୁ ପରିଲିଖିତ କରି ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳିବାକୁ ଯାଉଛି ଏହି ସମ୍ମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏକ ଭବ୍ୟ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed, but trackbacks and pingbacks are open.