ଦିପାବଳୀ ଭେଟି, ଶ୍ରମିକଙ୍କ ବଢ଼ିଲା ମହଙ୍ଗା ଭତ୍ତା

27

ଭୁବନେଶ୍ୱର: ରାଜ୍ୟ ସରାକାର ଶ୍ରମିକଙ୍କୁ ଦିପାବଳୀ ଭେଟି ଦେଇଛନ୍ତି । ଶ୍ରମିକଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସର୍ବନିମ୍ନ ମଜୁରୀ ବୋର୍ଡର ସୁପାରିସ କ୍ରମେ ଶ୍ରମ ବିଭାଗ ପକ୍ଷରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି । ଫଳରେ ରାଜ୍ୟରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଏହା ଦ୍ୱାରା ଉପକୃତ ହେବେ । ଅଣକୁଶଳୀ ଶ୍ରମିକଙ୍କ ମଜୁରି ଦୈନିକ ୩୨୬ ଟଙ୍କାରୁ ୩୩୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସମକୁଶଳୀଙ୍କ ଦରମା ୩୬୬ରୁ ୩୭୩, କୁଶଳୀଙ୍କ ୪୧୬ରୁ ୪୨୩ ଏବଂ ଅତିକୁଶଳୀଙ୍କ ଦରମା ୪୭୬ ଟଙ୍କାରୁ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି । ଶ୍ରମ କମିଶନର ଏନ୍‌.ଥିରୁମାଲା ନାୟକ ଏହାକୁ ଅନୁମୋଦନ ଦେଇଛନ୍ତି । ସେପଟେ ମଜୁରି ବଢ଼ିବା ପରେ ଶ୍ରମିକ ମଧ୍ୟରେ ଖୁସିର ଲହରି ଖେଳିଛି । ଏହାକୁ ଅନେକ ସଂଗଠନ ସ୍ୱାଗତ କରିଛନ୍ତି ।

Comments are closed, but trackbacks and pingbacks are open.