ଦୁଇ ପୂର୍ବତନ ନେତାଙ୍କ ଭେଟଘାଟ

243

ଭୁବନେଶ୍ବର: ଶନିବାର ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳକୁସୁମାଠାରେ ବିଜୁ ଜନତା ଦଳର ନେତା ସୁକାନ୍ତ ଦ୍ୱିବେଦୀଙ୍କ ମାତାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଦୀର୍ଘ ୨୪ ବର୍ଷ ପରେ ପାଟକୁରାର ଦୁଇ ପୂର୍ବତନ ନେତାଙ୍କର ଭେଟଭାଟ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ପାଟକୁରାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏବଂ ପାଟକୁରାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉକ୍ତ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇ ବସିବା ଏବଂ କଥୋପକଥନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଯଦିଓ ବିଜୁ ଜନତା ଦଳର ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଏବଂ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆସି ତାଙ୍କ ମଝିରେ ବସି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଜ ନିଜ ମଧ୍ୟରେ ଟୁପୁରୁଟାପର ହେବା ପରିଲକ୍ଷିତ ହୋଇଥିଲା ।

Comments are closed, but trackbacks and pingbacks are open.