ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

19

ଭୁବନେଶ୍ୱର: ରାଜ୍ୟରେ ଏବେ ମୋହନ ସରକାର । ଆଉ ମୋହନ ଚରଣ ମାଝୀ ଯେଉଁଦିନ ଠାରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସେହିଦିନ ଠାରୁ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରୁଛନ୍ତି । କେବଳ ବୈଠକ କରୁନାହାନ୍ତି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବି ନିଦେ୍ର୍ଧଶ ଦେଉଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହ ବୈଠକ କରୁଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକରେ ଅଧ୍ୟକ୍ଷତା କରୁଥିବା ଜଣାଯାଇଛି । ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି ।  କେଉଁ ବିଭାଗ ଆଗକୁ କେମିତି କାମ କରିବ ସେ ନେଇ ଆଲୋଚନା ଚାଲିଥିବା ଜଣାଯାଇଛି । ଶହେ ଦିନିଆ କାର୍ଯ୍ୟ ଖସଡ଼ା ନେଇ ମଧ୍ୟ ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି । 

Comments are closed, but trackbacks and pingbacks are open.