ପୁଣି ଥରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ହେଲେ ମିନାକ୍ଷୀ ବାହିନୀପତି

197

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଆଜି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେସି ଭେଣୁ ଗୋପାଳ ଘୋଷଣା କରିଛନ୍ତି । ଶ୍ରୀମତୀ ବାହିନୀପତି ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ କାର୍ଯ୍ୟକରିଥିଲେ । ଏତଦଭିନ୍ନ ସେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ୧୦ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟକରିଥିଲେ। କୋରାପୁଟ ପୌରାଞ୍ଚଳର ଅଧ୍ୟକ୍ଷା ଭାବରେ ସେ ଦୁଇଥର ନିର୍ବାଚିତ ହୋଇଥିଲେ ।ଏହି ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲ ଏବଂ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଖିଳ ଭାରତ କଂଗ୍ରେସ କମଟିର ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଲୋକସଭାର ବିରୋଧି ଦଳ ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ଆଦର୍ଶ, ଦର୍ଶନ ଓ ମହିଳାମାନଙ୍କ ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତାକୁ ଅନୁସରଣ କରି ଓଡ଼ିଶାରେ ମହିଳା ସଂଗଠନକୁ ସୁଦୃଢ଼ କରାଯିବା ସହ ନାରୀନ୍ୟାୟ ସଂଗ୍ରାମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀମତୀ ବାହିନୀପତି କହିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Comments are closed, but trackbacks and pingbacks are open.