ସୈନ୍ଧବ ଲବଣର ଔଷଧୀୟ ଗୁଣ

106
  • ଖାଦ୍ୟ ହଜମ କରିବାରେ ସୈନ୍ଧବ ଲୁଣ ସହାୟକ ହୋଇଥାଏ । ଏହି ଲୁଣ ଖାଇବା ଦ୍ୱାରା ପାଚକ ରସ ଅଧିକ କ୍ଷରିତ ହୋଇଥାଏ ।
  • ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ରୋଗୀଙ୍କ ପାଇଁ ସୈନ୍ଧବ ଲବଣ ଉତ୍ତମ ହୋଇଥାଏ । ସାଧାରଣତଃ ଏହି ରୋଗୀଙ୍କ ଲାଗି ଲବଣ ସେବନ ବାରଣ ହୋଇଥିବା ବେଳେ ସୈନ୍ଧବ ଲବଣ ସେମାନଙ୍କଠାରେ ଔଷଧ ଭଳି କାର୍ଯ୍ୟ କରିଥାଏ । ରକ୍ତଚାପ, ଡାଇବେଟିସ୍ ଆଦିକୁ ନିୟନ୍ତ୍ରଣ କରିବାରେ ଏହି ଲୁଣ ସାହାଯ୍ୟ କରେ ।
  • ରକ୍ତ ବିକାର ରୋଗୀଙ୍କ ସ୍ୱାସ୍ଥପକ୍ଷେ ସୈନ୍ଧବ ଲୁଣ ହିତକର ।
  • ପିତ୍ତନାଶକ ଭାବେ ଏହି ଲୁଣ ବ୍ୟବହାର ହୋଇଥାଏ ।
  • ଦୃଷ୍ଟି ଶକ୍ତି ବୃଦ୍ଧି ତଥା ଆଖି ପାଇଁ ସୈନ୍ଧବ ଲୁଣ ଉପକାରୀ ।
  • କୃମିନାଶକ ଭାବେ ସୈନ୍ଧବ ବ୍ୟବହୃତ ହୋଇଥାଏ ।
  • ଥାଇରଏଡ୍ ରୋଗରେ ପୀଡ଼ିତ ଥିଲେ ସୈନ୍ଧବ ଲୁଣ ଖାଆନ୍ତୁ । କିଛି ଦିନ ମଧ୍ୟରେ ଥାଇରଏଡ୍ ସମସ୍ୟାରୁ ମୁକ୍ତି ପାଇବେ ।

Comments are closed, but trackbacks and pingbacks are open.