ହାତୀ ଉଦ୍ଧାର ବେଳେ ବୋଟ ଓଲଟିଯିବାରୁ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସ ଙ୍କ ଅକାଳ ବିୟୋଗ

25

ଆଜି ଭୋର ସମୟ ରେ ମୁଣ୍ଡଳୀ ବ୍ୟାରେଜ ଠାରେ ମହାନଦୀ ପାଣି ରେ ଫସି ରହିଥିବା ହାତୀ କୁ ଉଦ୍ଧାର କରିବାକୁ ଯାଇଥିଲେ ଓଡ୍ରାଫ ଟିମ କର୍ମଚାରୀ I ବୋଟ୍‌ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ୍ ଏବଂ କ୍ୟାମେରା ମ୍ୟାନ ମଧ୍ୟ ରହିଥିଲେ ହାତୀ ଉଦ୍ଧାର କରିବାକୁ ଯିବାବେଳେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ ଟି ର ଷ୍ଟାର୍ଟ ବନ୍ଦ ହୋଇ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ବୋଟ୍‌ରେ ଥିବା ୭ ଜଣ ଯାକ ନଦୀ ପାଣିରେ ବୁଡିଯାଇଥିଲେ । ବ୍ରିଜ୍ ଉପରେ ଥିବା ଅନ୍ୟ ଓଡ୍ରାଫ୍ କର୍ମଚାରୀ ବୁଡିଯାଇଥିବା ୩ ଜଣ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଓଟିଭିର କ୍ୟାମେରା ମ୍ୟାନ ଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ତେବେ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ ଭାସିଯାଇଥିଲେ । କିଛି ଦୂରରେ ନଦୀ ପାଣିରେ ଭାସୁଥିବା ବେଳେ ଏକ ମାଛଧରା ଡଙ୍ଗା ତାଙ୍କ ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲ ପହଂଚିବା ପୂର୍ବରୁ ଅରିନ୍ଦମ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି କଟକ ବଡ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି I

Leave A Reply

Your email address will not be published.