ଏମ୍‌ସିଡି ନିର୍ବାଚନ ପାଇଁ ଆପ୍‌ର ଘୋଷଣାପତ୍ର ଜାରି: କେଜରିୱାଲ୍‌ଙ୍କ ୧୦ ବଡ଼ ଗ୍ୟାରେଣ୍ଟି

22

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଏହା ଜାରି କରିବା ସହ ନିର୍ବାଚନକୁ ନେଇ ଦିଲ୍ଲୀବାସୀଙ୍କୁ ୧୦ ବଡ଼ ଗ୍ୟାରେଣ୍ଟି ଦେଇଛନ୍ତି । ଏହା ମଧ୍ୟରେ ଦିଲ୍ଲୀରେ ସଡ଼କ, ସ୍କୁଲ, ହସ୍ପିଟାଲ୍‌ରେ ଆହୁରି ଅଧିକ ସୁବିଧା ପ୍ରଦାନ ପରି ପ୍ରତିଶ୍ରୁତି ଦିଆଯାଇଛି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ଅଳିଆର ପ।ହ।ଡ଼ ଏବଂ ଭ୍ରଷ୍ଟାଚାର ଶେଷ କରିବାର ଗ୍ୟାରେଣ୍ଟି ଦେଇଛି । ଏହା ସହିତ ପାର୍ଟି ରାତି ୮ଟା ବେଳେ ଏମ୍‌ସିଡି ନିର୍ବାଚନ ପାଇଁ ୧୩୪ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି । ଦିଲ୍ଲୀ ନଗର ନିଗମ ନିର୍ବାଚନ ଡିସେମ୍ବର ୪ ତାରିଖରେ ହୋଇ ୭ ତାରିଖରେ ଭୋଟ୍ ଗଣତି କରାଯିବ । ପୂର୍ବରୁ ଏହି ନିର୍ବାଚନ ଏପ୍ରିଲ୍‌ରେ ହେବାର ଥିଲା । ମାତ୍ର ତିନିଟି ଯାକ ନିଗମର ଏକତ୍ରୀକରଣ ନିଷ୍ପତ୍ତି ଯୋଗୁଁ ନିର୍ବାଚନରେ ବିଳମ୍ବ ହୋଇଛି । ଏମ୍‌ସିଡି ନିର୍ବାଚନ ପାଇଁ ନଭେମ୍ବର ୧୪ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

Comments are closed, but trackbacks and pingbacks are open.