ମୋଦିଙ୍କ ମନ କି ବାତରେ ମୟୂରଭଞ୍ଜ ଯୁବକ

12

ଭୁବନେଶ୍ୱର: ପୁଣି ନିଜର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା କଥା ଉଠାଇଛନ୍ତି । ମାତୃଭାଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି । ସାନ୍ତାଳି ଭାଷା ପାଇଁ ମୟୂରଭଞ୍ଜ ଯୁବକଙ୍କ ଅବଦାନ କଥା କହିଛନ୍ତି । ନିଜ ମାତୃଭାଷା ପାଇଁ ରାମଜିତ ଟୁଡୁ ଗୌରବ ଆଣିଛନ୍ତି । ରାମଜିତ  ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ କରିପାରିଛନ୍ତି । ତାଙ୍କ ଉଦ୍ୟମ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚି ପାରିଛି । ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ଡିଜିଟାଲି ପଢ଼ିବା ସହ ଲେଖାଯାଇପାରୁଛି ।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଆମେରିକା ଗସ୍ତ ସମ୍ପର୍କରେ ତାଙ୍କୁ ଅନେକ ବାର୍ତ୍ତା ମିଳିଛି। ଆମର ପ୍ରାଚୀନ କଳାକୃତି ବିଷୟରେ ଅନେକ ଆଲୋଚନା ହେଉଛି। ଆମେରିକାର ରାଷ୍ଟ୍ରପତି ତାଙ୍କର ସ୍ନେହ ପ୍ରଦର୍ଶନ କରିଛନ୍ତି। ସେ ପ୍ରାୟ ୩୦୦କଳାକୃତି ଭାରତକୁ ଫେରାଇ ଦେଇଥିଲେ। ଏଥିମଧ୍ୟରୁ କେତେକ ୪ ହଜାର ବର୍ଷ ପୁରୁଣା। ଏଥର ମନ କି ବାତ କାର୍ଯ୍ୟକ୍ରମ ୧୦ ବର୍ଷ ପୂରଣ କରି ଥିବାରୁ ମୋଦି ଏହା କହି ଭାବବିହ୍ବଳ ହୋଇ ପଡିଥିଲେ। ଏହା ସହ ଏହି କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇ ଥିବାରୁ ସେ ଗଣ ମାଧ୍ୟମକୁ ଧନ୍ୟବାଦ ଦେଇଥିଲେ। ଆହୁରି ମଧ୍ୟ ଜଳ ସଂସକ୍ଷଣ, ସ୍ବଚ୍ଛତା ଅଭିଯାନ, ଆମେରିକା ଯାତ୍ରା, ଓଡ଼ିଶାର ସାନ୍ତାଳି ଭାଷା, ମେକ ଇନ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି ଏବଂ ଗୋଟିଏ ଗଛ ମା’ଙ୍କ ନାମରେ ଆଦି ଉପରେ ଆଲୋଚନା କରିଛନ୍ତି।

Comments are closed, but trackbacks and pingbacks are open.