ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ- ଶିକ୍ଷାମନ୍ତ୍ରୀ

24

ଭୁବନେଶ୍ୱର: ମେ’ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ରବିବାର ଏକ ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ମେ’ ଶେଷ ସପ୍ତାହ ସୁଦ୍ଧା  ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ପରୀକ୍ଷା ଫଳାଫଳ ଘୋଷଣା ଜୁନକୁ ଯିବ ନାହିଁ ।  ଯଦିଓ ତାରିଖ ଚୂଡାନ୍ତ ହୋଇନାହିଁ ତଥାପି ମେ’ ମାସ ସୁଦ୍ଧା ଯୁକ୍ତ ଦୁଇ ଓ ମାଟ୍ରିକ ଫଳାଫଳ ବାହାରି ଯିବ ବୋଲି ଆଶା କରୁଛୁ ।  ଖୁବଶୀଘ୍ର ଚୂଡାନ୍ତ ତାରିଖ ମଧ୍ୟ ଘୋଷଣା କରାଯବ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଥାଉ କି,  ମାର୍ଚ୍ଚ ୨୦ ତାରିଖରେ ହାଇସ୍କୁଲ,  ମଧ୍ୟମା ଏବଂ ଓ ମୁ୍କ୍ତ ବିଦ୍ୟାଳୟ ପରୀକ୍ଷା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା । ଏପ୍ରିଲ ୩ ତାରିଖରୁ  ୫୬ଟି କେନ୍ଦ୍ରରେ ପରୀକ୍ଷା ଖାତା ଦେଖା ଚାଲିଥିଲା । ସାଧାରଣତଃ ଖାତା ଦେଖାର ୪୫ ଦିନ ଭିତରେ ଫଳଫଳ ବାହାରିଥାଏ । ଏଥର ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସେହିପରି ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ ତାରିଖରେ ହୋଇ ଏପ୍ରିଲ ୫ ତାରଖ ପର‌୍ୟ୍ୟନ୍ତ ଚାଲିଥିଲା । ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ପିଲା ୧,୧୪୫ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

Comments are closed, but trackbacks and pingbacks are open.