ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ୍, ମଧ୍ୟମା ଓ ପତ୍ର ବିନିମୟ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ଡବ୍ଲୁଡବ୍ଲୁଡବ୍ଲୁ.ବିଏସ୍ଇଓଡ଼ିଶା.ଏସି.ଇନ୍ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ, ଫେବୃଆରୀ ୨୧ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ପ୍ରାୟ ୫ ଲକ୍ଷ ୧୦ହଜାର ୭୭୮ ଜଣ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଛି। ୧୨ ତାରିଖରୁ ନୋଡାଲ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ସହ ୧୯ ତାରିଖ ସୁଦ୍ଧା ପହଞ୍ଚିବ। ରାଜ୍ୟର ୩୦ଟି ଜିଲ୍ଲାରେ ୩,୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ନୋଡାଲ ସେଣ୍ଟର କରାଯାଇଛି। ସେହିଭଳି ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନପତ୍ର ଯେପରି ଲିକ ନହୁଏ, ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିତ ହେବ। ସମସ୍ତ ନୋଡାଲ୍ ସେଣ୍ଟର ସିସିଟିଭି ନଜରରେ ରହିବ ଏବଂ ୬୦୦କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା କରାଯାଇଛି।
Comments are closed, but trackbacks and pingbacks are open.