ହୋଟେଲ ‘ନିମନ୍ତ୍ରଣ’ରେ ବଡ଼ ଧରଣର ଘୋଟାଲା: ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

19

ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ବଡ଼ ଧାରଣ ର ଘୋଟାଲା। ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ। ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ବାନ୍ଧିଛି ପୋଲିସ୍। ୬ମାସରେ ୧୭ ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। ଅଡିଟ ବେଳେ ଜଣାପଡିବା ପରେ ସହିଦନଗର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ବୁଧୁବାର ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ୍।

Comments are closed, but trackbacks and pingbacks are open.