ଝାରସୁଗୁଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ସପିଂ ମଲ୍‌ ଓ ଗହଣା ଦୋକାନ

19

ଭୁବନେଶ୍ବର: ଝାରସୁଗୁଡ଼ା ସହରାଞ୍ଚଳ ସରବାହାଲସ୍ଥିତ ମନମୋହନ ପଡ଼ିଆ ନିକଟରେ ବୁଧବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ସ୍ଥାନୀୟ ‘ଭି-ମାର୍ଟ’ (V-Mart) ସପିଂ ମଲ୍‌ ଏବଂ ‘ଶଙ୍କର ଜୁଏଲରୀ’ ଗହଣା ଦୋକାନ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୬ଟାରୁ ୬ଟା ୩୦ ମଧ୍ୟରେ ଅଚାନକ ଏହି ନିଆଁ ଲାଗିଯାଇଥିଲା। ଦୋକାନରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆଶଙ୍କା ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

Comments are closed, but trackbacks and pingbacks are open.