ମେସେଜିଂ ଆପ୍‌ ପାଇଁ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ: କେନ୍ଦ୍ରସରକାର

85

ନୂଆଦିଲ୍ଲୀ: ସମସ୍ତ ମେସେଜିଂ ଆପ୍‌ ପାଇଁ ଏକ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ କରିଛନ୍ତି । ୧୨୦ ଦିନ ମଧ୍ୟରେ ଡିଓଟିକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ଯଦି କମ୍ପାନୀଗୁଡିକ ଏହା ପାଳନ କରିବାରେ ବିଫଳ ହୁଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଭାରତରେ କାର୍ଯ୍ୟ କରୁଥିବା ହ୍ୱାଟ୍ସଆପ୍‌, ଟେଲିଗ୍ରାମ୍‌ ଏବଂ ସିଗନାଲ ଭଳି ମେସେଜିଂ ଆପ୍‌ ଅପରେଟରମାନଙ୍କୁ ଏବେ ୧୨୦ ଦିନ ମଧ୍ୟରେ ଦୂରସଂଚାର ବିଭାଗ କୁ ସେମାନଙ୍କର କ୍ଲିୟରାନ୍ସ ରିପୋର୍ଟ ଦାଖଲ କରିବାକୁ ପଡିବ ।ସାଇବର ଠକେଇ ରୋକିବାକୁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା କେହି ନକଲି ବିଦେଶୀ ନମ୍ବର ବ୍ୟବହାର କରି ଠକେଇ କରିବାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାର ଏକ କଡା ନିର୍ଦ୍ଦେଶ ଜାରି କରିଛନ୍ତି ଯେ ହ୍ୱାଟ୍ସଆପ, ସିଗନାଲ ଏବଂ ଟେଲିଗ୍ରାମ ଭଳି ସମସ୍ତ ମେସେଜିଂ ଆପ୍‌ ଏବେ ଆପଣଙ୍କ ଫୋନରେ ଥିବା ଏକ ଆକ୍ଟିଭ ଭାରତୀୟ ସିମ୍‌ କାର୍ଡ ସହିତ ସ୍ଥାୟୀ ଭାବରେ ଲିଙ୍କ୍‌ ହେବ । ଏହାର ଅର୍ଥ ହେଉଛି ଏହି ଆପ୍‌ କେବଳ ୱାଇଫାଇରେ ଚାଲିବ ନାହିଁ, ଫୋନରେ ଏକ ଆକ୍ଟିଭ ସିମ୍‌ କାର୍ଡ ଆବଶ୍ୟକ ହେବ, ନଚେତ ଆପ୍‌ ଖୋଲିବ ନାହିଁ ।

Comments are closed, but trackbacks and pingbacks are open.