ବିବାହ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

24

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡିର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର I ତାଙ୍କ ପତ୍ନୀ ଜଣେ ସଫ୍ଟଓୟାର ଇଞ୍ଜିନିୟର I ତାଙ୍କ ନାଁ ପ୍ରିୟଙ୍କା ଅଗସ୍ତି ହୋଇଥିବାବେଳେ ତାଙ୍କ ଘର ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁରେ I ଉଭୟ ପରିବାରର ଉପସ୍ଥିତିରେ ପିପିଲିର ଏକ ରିସୋର୍ଟରେ ବୈଦିକ ରୀତିନୀତି ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସରିଛି ଉଭୟଙ୍କ ବିବାହ।

ଆଜି ନିରାଡମ୍ବର ଭାବେ ହୋଇଛି ଏହି ବିବାହ। ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ସମ୍ପର୍କୀୟ ଓ ଅତି ପାଖ ଲୋକ ।ଏହି ସମୟର ଫଟୋ ଏବେ ସାମ୍ନାକୁ ଆସିଛି। ଦିବ୍ୟ ସ୍କାଏ ବ୍ଲୁ ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ ପ୍ରିୟଙ୍କା ଅଫ୍ ହ୍ୱାଇଟ୍ ଲେହେଙ୍ଗା ପିନ୍ଧିଥିଲେ।

ଉଭୟଙ୍କର ଏହା ଦ୍ଵିତୀୟ ବିବାହ I ମନ୍ତ୍ରୀ ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। ତାଙ୍କର ୨୦ ବର୍ଷର ଜଣେ ପୁଅ ଥିବାବେଳେ ପତ୍ନୀଙ୍କ ସହିତ ଛାଡ଼ପତ୍ର ହୋଇସାରିଛି I

Comments are closed, but trackbacks and pingbacks are open.