ମାର୍ଚ୍ଚ ୩୧ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

28

ଭୁବନେଶ୍ୱର : ମାର୍ଚ୍ଚ ୩୧ ତାରିଖରେ ‘ସୁଭଦ୍ରା’ ଯୋଜନାରେ ଆବେଦନ ଶେଷ ହେବ। ଏହି ଶେଷ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିବେ, ସେମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୮ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇସାରିଛନ୍ତି। ଆଉ ଏକ ଲକ୍ଷ ୭୦ହଜାର ମହିଳା ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫ମ କିସ୍ତି ଟଙ୍କା ପାଇବାକୁ ବାକି ଅଛନ୍ତି। ସେହି ମହିଳା ମାନଙ୍କୁ ମାର୍ଚ୍ଚ ୬ ତାରିଖରେ ଟଙ୍କା ମିଳିବ। ଏହାପରେ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ୧କୋଟି ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଲେଖାଏ ଦିଆଯିବ। ସୂଚନାଯୋଗ୍ୟ ଗତବର୍ଷ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିବା ସହ ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଏହପରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରିଛି। ଗତ ଫେବ୍ରୁଆରୀ ୮ ତାରିଖରେ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିଲା। ଏହାକୁ ମିଶାଇ ରାଜ୍ୟବ୍ୟାପୀ ୯୮ ଲକ୍ଷ ୩୦ ହଜାର ୯୩୪ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ମାର୍ଚ୍ଚ ୬ରେ ଆଉ ଏକ ଲକ୍ଷ ୭୦ ହଜାର ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ମ କିସ୍ତି ଟଙ୍କା ମିଳିବା ପରେ ହିତାଧିକାରୀ ସଂଖ୍ୟା ଏକ କୋଟି ଛୁଇଁବ।

Comments are closed, but trackbacks and pingbacks are open.