ମାର୍ଚ୍ଚ ୩୧ ଧାନ କିଣା ଡେଡ୍‌ ଲାଇନ୍‌ : ଯୋଗାଣ ମନ୍ତ୍ରୀ

92

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ କିଣା ସମ୍ପର୍କରେ ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ ଧାନ କିଣା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍‌ ଲାଇନ୍‌ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ  ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ ଧାନ କିଣା ସରିଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ୭୬ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ରହିଛନ୍ତି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷେ ରବି ସିଜିନ ଧାନ କିଣା ପାଇଁ ସରାକର ଯୋଜନା କରୁଛନ୍ତି। ଖୁବଶୀଘ୍ର ରବି ଧାନ କିଣା ସମ୍ପର୍କରେ ସରକାର ସବିଶେଷ ତଥ୍ୟ ଜାରି କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.