୧୪ ମାର୍ଚ୍ଚ ଅଁଳା ଏକାଦଶୀ ରେ କରନ୍ତୁ କିଛି ସ୍ୱତନ୍ତ୍ର ଉପାୟ,ବଦଳିବ ଆର୍ଥିକ ପରିସ୍ଥିତି

20

ଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇବା ପାଇଁ ମାର୍ଚ୍ଚ ୧୪ ହେଉଛି ଏକ ବିଶେଷ ଦିନ I ଏହି ଦିନରେ ପଡୁଛି ଏକ ସ୍ୱତନ୍ତ୍ର ଯୋଗ, ମା ଲକ୍ଷ୍ମୀ ଙ୍କୁ ଉପାସନା କଲେ ପରିବାରରେ ସୁଖ ସୌହାର୍ଦ୍ଧ୍ଯ ବୃଦ୍ଧି ହେବI ସାଙ୍ଗକୁ ହେବ ଧନ ବର୍ଷା I

ହିନ୍ଦୁ ଧର୍ମ ମତ ରେ ପ୍ରତ୍ୟେକ ମାସ ତିଥି ଏବଂ ବାର ରେ ସ୍ୱତନ୍ତ୍ର ମାନ୍ୟତା ଥାଏ I ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ତିଥି ଗୁଡିକ ଧାର୍ମିକ ଦୃଷ୍ଟି ରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ସେହି ଭଳି ଆସନ୍ତା ୧୪ ମାର୍ଚ୍ଚ ସୋମବାର ରେ ରେ ପଡୁଛି ଫାଲଗୁନ୍ ମାସର ଶୁକ୍ଲ ପକ୍ଷର ଏକାଦଶୀ ବା ଆମଲକୀ ଏକାଦଶୀ (ଅଁଳା ଏକାଦଶୀ ) ଏହି ଦିନରେ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ମିଳିଥାଏ I ଏହା ବ୍ୟକ୍ତି ଙ୍କର ଜୀବନର ସମସ୍ତ ଅସୁବିଧାକୁ ଦୂର କରି ସୁଖ ଏବଂ ସମୃଦ୍ଧି ଆଣିଥାଏ I ଏହି ଦିନ ରେ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯିବା ଉଚିତ୍ I

ଧନ ପ୍ରାପ୍ତି ପାଇଁ
ପ୍ରତି ଏକାଦଶୀ ଦିନ ପ୍ରଭୁ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ I ଏହା ବ୍ୟତୀତ ଅଁଳା ଏକାଦାଶି ଦିନରେ ଅଁଳା ଗଛକୁ ମଧ୍ୟ ପୂଜା କରିବାର ପରମ୍ପରା ରହିଛି I, ତେଣୁ ଏହାକୁ ଅଁଳା ଏକାଦଶୀ କୁହାଯାଏ I ଏହି ଦିନ ଭକ୍ତି ଭାବରେ ପ୍ରଭୁ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ଆରାଧନା କଲେ ଘରେ ସବୁବେଳେ ଆଶୀର୍ବାଦ ରହିଥାଏ I ମହିଳାମାନେ ମଧ୍ୟ ଏହି ଦିନ ଉପବାସ ରଖନ୍ତି I ଯଦି ଏହି ଦିନ ସ୍ୱତନ୍ତ୍ର ଉପାୟ କରାଯାଏ, ତେବେ ମା ଲକ୍ଷ୍ମୀ ଙ୍କ କୃପା ଦ୍ୱାରା ଆପଙ୍କ ଜୀବନ ରେ ପ୍ରଚୁର ଆର୍ଥିକ ଲାଭ ହୋଇଥାଏ I

ଅଁଳା ଏକାଦାଶି ଦିନ, ଭଗବାନ ବିଷ୍ଣୁଙ୍କୁ ୨୧ ଟି ତାଜା ହଳଦିଆ ଫୁଲର ଏକ ମାଳା ଅର୍ପଣ କରନ୍ତୁ I ପୂଜା ପରେ ଭଗବାନ ଙ୍କୁ କ୍ଷୀର ରେ ତିଆରି ମିଠା ଅର୍ପଣ କରନ୍ତୁ I ଏହା ସହିତ ବିଷ୍ଣୁ ଜୀ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରଦାନ କରନ୍ତି |
ଅମାଲାକି ଏକାଦଶୀ ଦିନ ସକାଳେ ମା’ ଲକ୍ଷ୍ମୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରନ୍ତୁ ଏବଂ ତାଙ୍କୁ ଏକ ଆଖି ଥିବା ନଡ଼ିଆ ଅର୍ପଣ କରନ୍ତୁ I ପୂଜା ପରେ, ଏହି ନଡ଼ିଆକୁ ହଳଦିଆ ରଙ୍ଗର କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ଆଲମାରୀରେ ରଖନ୍ତୁ ବହୁତ ଜଲ୍ଦି ଆର୍ଥିକ ପରିସ୍ଥିତି ବଦଳି ଯିବ I ଅବସ୍ଥା ଭଲ ହେବା ଆରମ୍ଭ କରିବ ନାହିଁ I

ଅଁଳା ଏକାଦାଶି ଦିନ, ଅଁଳା ଗଛକୁ ପୂଜା କରି ଜଳ ଅର୍ପଣ କରନ୍ତୁ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ I ଯଦି ସମ୍ଭବ, ସେଦିନ ଅଁଳା ଖାଆନ୍ତୁ, ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ I

ବିବାହିତ ମହିଳାମାନଙ୍କ ପାଇଁ ଅଁଳା ଏକାଦଶି ଅତ୍ୟନ୍ତ ସ୍ୱତନ୍ତ୍ର I ଯଦି କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦେଖା ଦେଉଥାଏ କିମ୍ବା ସ୍ୱାମୀ କୌଣସି କାର୍ଯ୍ୟରେ ସଫଳତା ପାଉ ନ ଥାନ୍ତି I ତେବେ ପତ୍ନୀ ଏହି ଦିନ ଅଁଳା ଗଛକୁ ପୂଜା କରନ୍ତୁ ଏବଂ କପା ସୂତାକୁ ସାତଥର ଗଛରେ ଗୁଡ଼ାଇ ଘିଅ ଦୀପ ଜଳାଇ ମନୋସ୍କାମନା କୁହନ୍ତୁ I ଅବଶ୍ୟ ପୂରଣ ହେବ I

Comments are closed, but trackbacks and pingbacks are open.