ମାର୍ଚ୍ଚ ୧ ମହାଶିବରାତ୍ରି : ଜାରି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌

25

ମାର୍ଚ୍ଚ ଏକ ତାରିଖରେ ମହାଶିବ ରାତ୍ରି ପଡୁଛି ଇ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟରେ ଥିବା ଶୈବପୀଠ ଗୁଡିକ I ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ମନ୍ଦିର ଦର୍ଶନ ରୁ ବଂଚିତ ଥିଲେ I କିନ୍ତୁ ଏ ଥର କୋଭିଡ କଟକଣା କୋହଳ ହୋଇଥିବା ଯୋଗୁଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାପାଇଁ ମିଳିବ । ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ଦିରର ଗହଳି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ସେହିପରି ଲିଙ୍ଗରାଜ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଭକ୍ତ । ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ନାହିଁ ।ପ୍ରସିଦ୍ଧ ଶୈବପୀଠମାନଙ୍କରେ ଯେପରି ମାର୍ଗଦର୍ଶିକାକୁ କଡାକଡି ପାଳନ କରାଯିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କୁହାଯାଇଛି । ଏହାସହିତ ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୨ ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବାପାଇଁ ବିଏମସିର ପରାମର୍ଶ ରହିଛି । ମନ୍ଦିର ଭିତରେ ଛେପ ପକାଇବା, ଗୁଟୁଖା, ପାନ ଆଦିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି I ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ୍‌ କରିବା ପାଇଁ ଦୃଷ୍ଟି ଦିଆଯିବ । ଏହା ସହ ମନ୍ଦିର ବାହାରେ ଯେପରି ଗହଳି ରହିବ ନାହିଁ ସେଥିପ୍ରତି ନଜର ଦିଆଯିବ । ମେଳାରେ ମଧ୍ୟ ଅଧିକ ଗହଳି ହେବ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଛି ।

Comments are closed, but trackbacks and pingbacks are open.