ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିପାତ

95

ବିଜାପୁର: ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ କୁଖ୍ୟାତ ମାଓବାଦୀ ସୋଢି କନ୍ନା ନିହତ ହୋଇଛି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ନିହତ ସୋଢି କନ୍ନା ମାଓବାଦୀଙ୍କ ସାମରିକ କମ୍ପାନୀର ଜଣେ ସ୍ନାଇପର ବୋଲି କୁହାଯାଉଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ନିହତ ମାଓବାଦୀ ସୋଢି କନ୍ନା ଜଗରଗୁଣ୍ଡା ଥାନା ଅଞ୍ଚଳର କିଷ୍ଟାରମ ବାସିନ୍ଦା ବୋଲି ଜଣାପଡ଼ିଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ଏନକାଉଣ୍ଟର ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ସୋଢି କନ୍ନାଙ୍କ ବହୁ ଦିନ ଧରି ଅନେକ ମାଓ କାର୍ଯ୍ୟକଳାପରେ ସକ୍ରିୟ ଥିଲା ଏବଂ ସୁରକ୍ଷା ବାହିନୀର ହିଟ୍ ଲିଷ୍ଟରେ ସାମିଲ ଥିଲା।

Comments are closed, but trackbacks and pingbacks are open.