ମାନସ ସ୍ୱାଇଁ ହତ୍ୟା ମାମଲା : ସତ ମାନିଲା ଅଭିଯୁକ୍ତ ରଞ୍ଜନ

35

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାର ସତ ସାମ୍ନାକୁ ଆସିଛି । ମାନସଙ୍କ ହତ୍ୟା ଘଟଣାକୁ ନେଇ ବଡ଼ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ମାନସ କୁ ଅପହରଣ କରିଥିଲା ଅଭିଯୁକ୍ତ ରଞ୍ଜନ I ଅପହରଣ ବେଳେ ସାଥିରେ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ।ରଞ୍ଜନଙ୍କ କହିବା ମୁତାବକ,ପଳାସପୁରରୁ ଅପହରଣ ପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କାର ରେ ଦୟାଲ ଆଶ୍ରମ ନିଆଯାଇଥିଲା । ଆଶ୍ରମରେ ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ରଣପୁର ନେଇଥିଲେ । ନୟାଗଡ଼ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ । ଫେରିବା ବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ିଥିଲେ । ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖାରେ ସେମାନେ ପୋଡ଼ିଥିଲେ । ଗାତ ଖୋଳିଥିବା କୋଦାଳ, ଗଇଁତିକୁ ସେଠାରେ ବୁଦାମୂଳେ ଫିଙ୍ଗିଦେଇଥିଲେ ।
ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲଠୁ ୨ କିମି ଦୂର ଶଙ୍ଖାରିଗଡ଼ାକୁ ନେଇଥିବା ବେଳେ ସେଠାରୁ ମିଳିଛି ଠୋସ୍‌ ପ୍ରମାଣ। ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।

Comments are closed, but trackbacks and pingbacks are open.