କ୍ଷୁଦ୍ର ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲଙ୍କ

130

ଭୁବନେଶ୍ୱର :କ୍ଷୁଦ୍ର ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁଛନ୍ତି ସରକାର’ । ଲକ୍ଷାଧିକ ଚିଟ୍‌ଫଣ୍ଡ୍ ଜମାକାରୀ ଟଙ୍କା ପାଇ ସାରିଲେଣି । ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ। ପର୍ଯ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ । ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ ବୋଲି କହିଛନ୍ତି ମନମୋହନ ।ସେପଟେ ଏହି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ କହିଛନ୍ତି ସରକାର ଚିଟ୍‌ଫଣ୍ଡ ପଇସା ଫେରାଇବାକୁ ମନସ୍ଥ କରିଛନ୍ତି। ବିଜେଡି ସରକାର ସମୟରେ ଚିଟ୍‌ଫଣ୍ଡ ଦୁର୍ନୀତି ହୋଇଥିଲା। ସିବିଆଇ ତଦନ୍ତ ହେଲା, ହେଲେ ଟଙ୍କା ଫେରାଇଲେ ନାହିଁ। ଏବେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

Comments are closed, but trackbacks and pingbacks are open.