ମନ୍ମଥ ରାଉତରାୟଙ୍କ ନାଁ ରେ ଥାନାରେ ମାମଲା ରୁଜୁ

55

ଭୁବନେଶ୍ୱର :ମନ୍ମଥଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନା ମାମଲା ରୁଜୁ କରିଛି । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତଜନକ ମନ୍ତବ୍ୟ ଦେଇଥିବା ନେଇ ବିଜେପି ଲିଗାଲ ସେଲ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି। ଏନେଇ ମନ୍ମଥଙ୍କ କିଛି ପ୍ରତିକ୍ରିୟା ମିଳି ପାରିନି ତେବେ ବର୍ତ୍ତମାନ ସେ ମୁମ୍ବାଇରେ ଅଛନ୍ତି, ଭୁବନେଶ୍ବର ପହଂଚିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ସୂଚନା ରହିଛି। ସୂଚନା ଥାଉ କି ମନ୍ମଥ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ଯ ମନ୍ତ୍ରୀଙ୍କ ବିରୋଧରେ ଆପତ୍ତି ଓ ଭିତ୍ତିହୀନ କଥା ରଖିଥିଲେ ଯାହାକୁ ନେଇ ବିଜେପି ମିଡିଆ ସେଲ୍ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ।

Comments are closed, but trackbacks and pingbacks are open.