କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ

31

ଭୁବନେଶ୍ୱର : କଂଗ୍ରେସରୁ ନିଲମ୍ବିତ ହେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟ l

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ ମନ୍ମଥ । ସୋ’ କଜ୍‌ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇଦିନ ତଳେ ବରିଷ୍ଠ କଂଗେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଥିଲେ ମୁଁ କଂଗ୍ରେସରୁ ଲଢିବିନି । ହେଲେ ୨୪ ଘଣ୍ଟା ବିତିନଥିବା ବେଳେ ସୁର ଭାଇ କହିଥିଲେ, ସେ ଅଲବତ କଂଗ୍ରେସରୁ ଲଢିବ । ଆହୁରି କହିଥିଲେ ଯେ, ତାଙ୍କ ପୁଅ ଜଟଣୀ ଆସନରୁ ଲଢିବ । ସୁର ଭାଇ କହିଥିଲେ ଯେ, ଜଟଣୀ ଆସନରୁ କଂଗ୍ରେସ ଟିକେଟ ପୁଅକୁ ମିଳିବ । ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ୱ ନେବୁ । ପୁଅ ଅଲଗା କଥା କହିଥିବା ବେଳେ ସୁର ଭାଇ ଅଲଗା କଥା କହିଥିଲେ । ସୁର ଭାଇ କହିଥିଲେ, ମୁଁ ଆଗାମୀ ନିର୍ବାଚନରେ ଲଢିବିନି । ମୋ ସାନ ପୁଅ ମନ୍ମଥ ନିର୍ବାଚନର ଜଟଣୀରୁ ଲଢିବ । ତାକୁ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି ।

କିନ୍ତୁ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି କାଲି କହିଥିଲେ । ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କିଛି ସ୍ପଷ୍ଟ କରି ନଥିଲେ । ଏ ନେଇ ଅକ୍ଟୋବରରେ ଘୋଷଣା କରିବେ ବୋଲି ମନ୍ମଥ ରାଉତରାୟ କହିଥିଲେ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଥିଲେ ମନ୍ମଥ ରାଉତ ରାୟ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମଧ୍ୟ କହିଥିଲେ ମନ୍ମଥ ।

ତେବେ ଏ ଘୋଷଣା ପରେ ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଂଗ୍ରେସ ଖରାପ ପ୍ରଦର୍ଶନ କରିଥିବାରୁ ସେ ଏହି ନିଷ୍ପତି ନେଇଥାଇ ପାରନ୍ତି । ଯଦି ମନ୍ମଥଙ୍କୁ ବିଜେଡି ଟିକେଟ ଦିଏ । ତେବେ ବିଭୂତି ବଳବନ୍ତ ରାୟ କେଉଁଠି ଠିଆ ହେବେ ସେ ନେଇ ବି ପ୍ରଶ୍ନ ସୃଷ୍ଟି ହେଇଛି l ବିଭୂତି ଖୋର୍ଦ୍ଧାରୁ ଠିଆ ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି l

Comments are closed, but trackbacks and pingbacks are open.