ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର

109

ମଞ୍ଜୁଲତା କହଁର ହେଲେ ବିଏମ୍ସି ଡେପୁଟି ମେୟର I ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ରେ ମହିଳା ମେୟର ହୋଇଥିବାବେଳେ ଡେପୁଟି ମେୟର ମଧ୍ୟ ଜଣେ ମହିଳା ହୋଇଛନ୍ତି I ବିଜେଡି ଟିକଟ ରୁ ୨୨ ନମ୍ବର ଓ୍ୱାର୍ଡର ମହିଳା କର୍ପୋରେଟର ଆସନ ଜିତିଥିଲେ ମଞ୍ଜୁଲତା କହଁର। ତେବେ ଡେପୁଟି ମେୟର ପାଦ ପାଇଁ ଅନ୍ୟ କୌଣସି ଦଳ ନାମାଙ୍କନ ଦାଖଲ ନ କରିବାରୁ ନିନ୍ଦ୍ୱର୍ଦ୍ୱରେ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ପିଜି କରିଛନ୍ତି।
ସୂଚନାନୁସାରେ ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା । କାରଣ ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ । ଅନ୍ୟପଟେ କଂଗ୍ରେସ ମଧ୍ୟ କୌଣସି ପ୍ରାର୍ଥୀ ଦେଇ ନାହିଁ I ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ ମଧ୍ୟ ଦଳ ମୁଖିଆ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି ।ଡେପୁଟି ମେୟର ମଞ୍ଜୁଲତା କହଁର କହିଛନ୍ତି, ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାକୁ ମୁଁ ସୂଚାରୁ ରୂପେ ତୁଲାଇବି। ମୁଁ ସମସ୍ତଙ୍କୁ ନେଇ କାମ କରିବି। ଭୁବନେଶ୍ୱର ଥିବା ଡ୍ରେନଜ ସମସ୍ୟାକୁ ଦୂର କରିବି।
ସେହିଭଳି ଗତକାଲି କଟକରେ ଡେପୁଟି ମେୟର ଭାବେ ଦମୟନ୍ତୀ ମାଝି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଥିବା ବେଳେ ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି I

Comments are closed, but trackbacks and pingbacks are open.