ଅଡୁଆରେ ମନୀଷ ସିସୋଦିଆ

20

ଥମୁନି ଶିଶୋଦିଆଙ୍କ ପାଇଁ ବିବାଦ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଢ଼ିଲା ଅଡୁଆ । ଅବକାରୀ ଦୁର୍ନୀତି ପରେ ଏବେ ତାଙ୍କ ବିରୋଧରେ ଆସିଥିବା ଗୁଇନ୍ଦାଗିରି ଅଭିଯୋଗର ଚାଲିବ ସିବିଆଇ ତଦନ୍ତ । ବିରୋଧୀଙ୍କ ଉପରେ ସେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା । ଏହାର ସିବିଆଇ ତଦନ୍ତ ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଛି । ସିସୋଦିଆଙ୍କ ନାଁରେ ଏବେ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ଏପରି କି ତାଙ୍କୁ ସିବିଆଇ ହାଜର ହେବାକୁ ନୋଟିସ ମଧ୍ୟ କରିଛି । ଏହାର ତଦନ୍ତ ଚାଲୁଥିବା ବେଳେ ସିସୋଦିଆ ଏବେ ଗୁଇନ୍ଦାଗିରି ମାମଲାରେ ଫସିଛନ୍ତି ।

ଆଜି ସିବିଆଇ ତଦନ୍ତର ଅନୁମତି ପରେ ସିସୋଦିଆ କହିଛନ୍ତି ଯେ, “ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ମିଛ କେସ୍ କରିବା ଗୋଟିଏ ଦୁର୍ବଳ ଓ ଭୟଭୀତ ବ୍ୟକ୍ତିର ଲକ୍ଷଣ । ଆମ ଆଦମୀ ପାର୍ଟି ଆଗକୁ ଯେତିକି ଯେତିକି ବଢ଼ିବ, ତା’ ଉପରେ ଆହୁରି ଅନେକ କେସ୍ ହେବ । ସିବିଆଇ ସୂତ୍ରରେ କୁହାଯାଇଛି ଯେ “ଏହି ଗୁପ୍ତଚର ୟୁନିଟର କୌଣସି ସାମ୍ବିଧାନିକ ବୈଧତା ନଥିଲା ।

ଏହା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଓ ପରାମର୍ଶଦାତାଙ୍କ ଦ୍ୱାରା ଚାଲୁଥିଲା । ୟୁନିଟର ସଦସ୍ୟମାନେ ସିଧାସଳଖ ତାଙ୍କୁ ରିପୋର୍ଟ କରୁଥିଲେ । ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ଏହି ୟୁନିଟ ନାଁରେ ବେଆଇନ ଭାବେ ଆର୍ôଥକ କାରବାର ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି ।” ସିବିଆଇ ଏହି ଘଟଣାରେ ରିପୋର୍ଟ ଦେବା ପରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ । ଏବେ ମନ୍ତ୍ରଣାଳୟ ପକ୍ଷରୁ ଉପ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି ଯେ ସିବିଆଇ ଘଟଣାର ତଦନ୍ତ କରିବ । ଏହାକୁ ଆପ୍‌ର ରାଜନୀତିକ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା ବୋଲି ସିବିଆଇ ଦାବି କରିଛି ।

Comments are closed, but trackbacks and pingbacks are open.