ମଣିପୁର: ବିଧାୟକ ନେମଚା କିପଗେନଙ୍କ ବିଜେପି ନେତୃତ୍ୱାଧୀନ ସରକାରରେ କାଙ୍ଗପୋକପିର କିପଗେନ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ମଣିପୁର ରେ ପ୍ରତିବାଦ ଦେଖା ଦେଇଛି । ଏହି ପ୍ରତିବାଦ ପରେ ସଂଘର୍ଷର ରୂପ ମଧ୍ୟ ନେଇଛି । ଅଧିକାରୀଙ୍କ ଅନୁଯାୟୀ, ପ୍ରତିବାଦକାରୀମାନେ ତୁଇବଙ୍ଗ ବଜାର ନିକଟରେ ଏକତ୍ରୀତ ହୋଇ ଟାୟାର ଜାଳି ପ୍ରତିବାଦ କରିଛନ୍ତି lପ୍ରତିବାଦକାରୀ କିପଗେନଙ୍କ ବିରୁଦ୍ଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ସୁରକ୍ଷା ବାହିନୀ ଭିଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି । ନିୟୋଜିତ କର୍ମଚାରୀଙ୍କ ତୁଳନାରେ ସଂଖ୍ୟାରେ ଅଧିକ ଥିବା ପ୍ରଦର୍ଶନକାରୀମାନେ ପଥର ମାଡ଼ କରିଛନ୍ତି । ସୁରକ୍ଷା ବାହିନୀ ଲାଠିଚାର୍ଜ କରି ପ୍ରତିବାଦକୁ ଦମନ କରିବାକୁ ଚେଷ୍ଟା କରିଛି । ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି ।ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି।’
Comments are closed, but trackbacks and pingbacks are open.