ରାଜଶ୍ରୀଙ୍କ ପରେ ମନିକା

32

ପୁଣି ଜଣେ ମହିଳା ଖେଳାଳିଙ୍କ ମୃତ୍ୟୁ । ରାଜଶ୍ରୀଙ୍କ ପରେ ମନିକା । ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳିଙ୍କ ମୃତ୍ୟୁ । କାହିଁକି ବାରମ୍ବାର ଘଟୁଛି ଏଭଳି ଘଟଣା? ଦାୟୀ କିଏ ? ଦୋଷ ରହୁଛି କେଉଁଠି?
ମନିକା ନାଏକ ବୟସ ମାତ୍ର ୧୭ । ଘର କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟା ଧର୍ନ୍ତଜୟପୁର ଗାଁରେ
ମନିକା ଜଣେ ପ୍ରତିଭାବାନ ଜାତୀୟ ଜୁନିଅର ମହିଳା ଖୋଖୋ ଖେଳାଳି । ସେ ଉଖୁଣ୍ଡା କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ବେଳେ ଜାତୀୟ ଜୁନିୟର ମହିଳା ଖୋଖୋ ଦଳରେ ଓଡ଼ିଶା ପକ୍ଷରୁ ସାମିଲ ହୋଇ ବିଭିନ୍ନ ରାଜ୍ୟରେ ସେ ତାଙ୍କର ଖେଳ ପ୍ରତିଭା ଦେଖାଇଛନ୍ତି ।

ସେଥିପାଇଁ ମନିକା ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାର ଜିତିଛନ୍ତି । ନିକଟରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଖୋଖୋ ଖେଳି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାବାନ ଖେଳାଳି ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୌଣସି କାରଣରୁ ସେ ନିଜ ଶୋଇବା ଘରେ ବେକରେ ରସି ଲଗାଇ ଝୁଲି ପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । କିନ୍ତୁ ଏଠି ପ୍ରଶ୍ନ କଣ ପାଇଁ ରାଜ୍ୟର ଏଭଳି ପ୍ରତିଭାବାନ ଖେଳାଳୀଙ୍କ ମୃତ୍ୟୁ ଉଠୁଛି । ଜାନୁଆରୀ ୧୩ ରେ ଯୁବ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ କଟକ ଗୁରୁଡିଝାଟିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ । ହେଲେ ସେହି ଘଟଣାକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟିନି । ଆଉ ଏଭଳି ସ୍ଥଳେ ପୁଣି ଜଣେ ଖେଳାଳିଙ୍କ ମୃତ୍ୟୁ ଖେଳପ୍ରେମୀଙ୍କୁ ବ୍ୟଥିତ କରିଛି ।

Comments are closed, but trackbacks and pingbacks are open.